ରଙ୍ଗୀନ କୀର୍ତ୍ତନ
ଗଜାନନ ମିଶ୍ର
ଏଇଟା ସତରେ କଣ
ଫୁଟବଲ ମ୍ୟାଚ?
ନା କିଚିରିମିଚିରି
ହୁ ବମ୍?
ଏକା ସାଙ୍ଗରେ ସବୁ
ଗୀତ ବାଦ୍ୟ ନୃତ୍ୟ,
ଐଶାନୀ ଧରୁଛି ଠିକ୍
ତାଳ ଲୟ।
ଭୋଟ ଦେବ,
ଦେବ ନିଶ୍ଚୟ, ନ ଦେଲେ
ପଡୋଶୀ ମାଡି ଆସିବ
କରିବାକୁ କତଲ୍।
ନାଇଁ ଲାଭ କିଛି
ବରଂ ଅପେକ୍ଷା କର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/4/2019
This poem has not been translated into any other language yet.
I would like to translate this poem