1
ଅକ୍ଷର, ଅକୂଳ,
ଅଣଶ୍ରୁତି, ଅରୂପ,
ଅଛି ଆଶା
ଆଉ ଆଶ୍ରିତ ମୁଁ।
ଅଯୋଗ୍ୟ ବୋଲି
କୁହ ନା ମତେ,
ଅକଳ୍ପନା ନାହିଁ,
ନାହିଁ ବି କଳ୍ପନା
ଟିକିଏ ମୋ ଚିତ୍ତେ।
ନାହିଁ ଠିକଠିକଣା
କୋଉ ପଥରେ
ଚାଲୁଛି କେତେବେଳେ।
ବିସ୍ମରିଯିବା ହିଁ
ନିୟତି ମୋ ଭାଗ୍ୟରେ।
2
ସମ୍ଭାଳି ରଖ,
ଦୃଢବନ୍ଧେ ରଖ,
ପ୍ରକୃତି ଫାନ୍ଦ,
ପଂଚଭୂତ ଛାନ୍ଦ।
ଅଖଣ୍ଡିତ ଜୀବନ,
ନୀରନ୍ତର ଲୀନ,
ଆପଣାପର ହୀନ,
ଶୂନ୍ୟ ସହିତ ପୂର୍ଣ।
This poem has not been translated into any other language yet.
I would like to translate this poem
Life is full with all empty-ness and empty with all fullness.