ଆତତାୟୀenemy Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆତତାୟୀenemy

Rating: 5.0

ଆତତାୟୀ
ଗଜାନନ ମିଶ୍ର

ଜାଣେ, ଜାଣେରେ
କେମିତି ପାଜି ତୁ।
ଜାଣେ, ପ୍ରୟୋଗ କରି ଚାଲିଛୁ
କେତେବେଳେ କୋଉ ଷଡଯନ୍ତ୍ରକୁ।
ଆନର ଶିରି ଅସହ୍ୟ ତତେ, ଜାଣେ।

ମୁଁ କିନ୍ତୁ ମୁକ୍ତା ସାଉଁଟିବା ଲୋକ
ଆକାଶରେ ଆଲୋକରେ।
କୁହୁଡି ମେଘରୁ ତତେ
ରକ୍ଷା କରିବା ଲୋକ।
ଜଂଜାଳ ଜାଲରୁ ମୁକୁଳାଇବା ଲୋକ।

ଆତତାୟୀ ତୁ, ଜାଣେ ମୁଁ ।
ମୋର ଖାଇ ମୋର ପିଇ
ମୋ ଘରେ ରହି ମୋ ବିରୁଦ୍ଧରେ
ଯିବା ଲୋକ ତୁ, ଜାଣେ ମୁଁ।
ଆଉ ଜାଣେ ଏୟା ବି
ମୋର ହେବ ନି କିଛି କ୍ଷତି
କି ହେବ ନି ଲାଭ କିଛି ବି,
ତୋ ଦେଇ, ତୁ ତଥାପି ଅତି ଅଲାଜୁକ।

ଆଉ ଜାଣେ, କୁରୁ ସଭାରେ
ସମସ୍ତେ ନୀରବ ଦର୍ଶକ।
ମାଙ୍କଡାମୀ ଛାଡି ଦେଇ
ଭଲ ବୁଦ୍ଧି କାଢି ବଂଚି ଯାରେ।
ଆପଣାର ସର୍ବନାଶକୁ
ଆମନ୍ତ୍ରି ନେ ନା।

ଜାଣେ, ତଥାପି
ବିଶ୍ବାସରେ ବିଷଦେଇ
ତୁ ନେଉଛୁ ବାହାଦୂରୀ।
ତୋ ମୋ ଭିତରେ
କୋଉ ସଂପର୍କ ଆଉ ରହିଛି କି?
ଜାଣିଛୁ? ଅଛୁ ତୁ
ମୋରି ମାଟିରେ, ଆଉ
କରି ଚାଲିଛୁ ନଷ୍ଟ
ବଶବର୍ତ୍ତୀ ହୋଇ ରାଗ,
ଈର୍ଷା ଆଉ କ୍ରୋଧର
ତୋ ନିଜ ବଂଶଧର,
ଆଉ ସେଥିରେ ମୁଁ
ନ ହେଉଛି ବିଚଳିତ ନୁହେଁ।
କାମନା କରୁଛି ତଥାପି
ଉଦୟ ହେଉ ଭଲ ବୁଦ୍ଧି ତୋର,
ସତ୍ୟ ମିଥ୍ଯା ବାରିବାର
ଶକ୍ତି ହେଉ ତୋର,
ବେଳ ବୁଡିବା ପୂର୍ବରୁ।

ଜାଣେରେ ଜାଣେ,
ଯାଇଛୁ ହଜି ତୁ ଜଙ୍ଗଲରେ,
ଆଉ ଯାଇଛୁ ଫଶି
ମେଣ୍ଢା ପଲରେ।
ଜାଣେ, ତୋ ଉପରେ
କରୁଛି ରାଜୁତି
ଏକ ନୀଳବର୍ଣ ଶୃଗାଳ।
ଜାଣେ ଅଛି ବେଳ,
ପାରିବୁ ସୁଧୁରି ତୁ।

ସରଳ ତରଳ ହୋଇ ଯା,
ସଇତାନୀ, ବେଇମାନୀ,
ଆଉ ସବୁ ଷଡଯନ୍ତ୍ରଠୁ
ଦୂରେଇ ଯା ବେଳ ଥାଉ ଥାଉ।
ନ ହେଲେ ନ ଥିବ ଆଉ କିଛି
ପାଖରେ।

POET'S NOTES ABOUT THE POEM
Written in odia language, odia is the official language of odisha india
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success