1.
ମନ ଭିତରେ କାଣା ରଖିଛୁ ଜନା ମତେ,
କଦଲି ଖେଇଛୁ କି ନେଇଁ ଖେଇ ଜନା ମତେ,
ତୋର ମୁହୁଁ ଦେଖଲେ ଜେନ ଭି ହଉ ଦେବା କହି,
ଇଟା ଏକା ମୁଲ୍ ହନ୍ଦଲେଇ କରି ପାଏକେ
ଧରବାର ଲୋକ ଝୁରି।
ତରାମାନକେ ଛିଡାବାର ଲୋକ ଇଟା,
ଲେତାଗୁତାକେ କାଦୋଥି
ଗୁଧାବାର ଲୋକ ଇଟା,
ମାଏଟକେ ଫଟାବାରକାଜେ
ପ୍ଲାନ କରବାର ଲୋକ ଭି ଇଟା।
ତୋର ଆଡକେ କେନାଲ କରି
ପାଏନ ଚୁରାବାର ଲୋକ ତୁଇ।
ମୁଇଁ ଜାନିଛେଁ, ଇଟା ଏତକିବେଲକେ
ରଡୁଛେ ହୁଡୁଛେ ଜନାପଡଲାକେ।
ଖୁଲି ଦେଲିଁ ବାହାରର ଆରୁ ଭିତରର
ସବୁ କବାଟ, ଯାଃ।
ଇନୁଇଆଡେ ବୁଝବାର ଲୋକ ବୁଝବା
କେନ୍ତା କିଏ କେନ ରହେବା ଖାଏବା।
2.
ମତେ ପାଏବ ସବୁଠାନେ,
ଆରୁ ମୁଇଁ ନେଇଁଥାଏଁ
କାହାର ବଁଧନେ।
ମୁଇଁ ଯାଏସିଁ
ଆରୁ ରହେସିଁ
ମୋର ମନ କହେସି
ଜେତେବେଲେ ଜେନଟା।
ଜିବନ ନେଇଁ ଲାଗେ ସେରସେଟା
ମକେ ପାରବ ବଏଲେ ଚିହ୍ନି ହେଟା।
କାଣା ଧରବ କାଣା ଛାଡବ,
ବୁଝ ମୋର ବୁଆ,
ଚିରିହେଲେ ଦୁଇଆଡକେ
ହେଲ ନ ହେଟା ଅଚାବୁହା।
ଶୁଇନ ନେଇଁ ସେ କିଛୁ,
ଡର ନି, ହେମାନେ ଥିବେ
ହେନ୍ତା ହେନ ଅଛନ୍
ଯେନ ଯେନ ସାପ ଆରୁ ବିଛୁ।
ଆଶ ନେଇଁ କର କାହାରିରଠାନୁ,
ଆରୁ ଥ ମୌଜ ନେ
ଖସର ନେଇଁ ପେରେମ ସଦଭାବ ବଁଧନୁ।
This poem has not been translated into any other language yet.
I would like to translate this poem