ପ୍ରଥମେ ପ୍ରଣାମ ଭୂମିଗତ ଶତେବାର,
ତହିଁପରେ କରୁଅଛି କୋଟି ନମସ୍କାର-ଅଚ୍ୟୁତାନନ୍ଦ ଦାସ।
ମା ମାଭାଷାକୁ ଯେମିତି ହେଲେ
ବଂଚେଇବାକୁ ହେବ
ଦୁରାତ୍ମା ପାପିଷ୍ଠ ମୂଢ ଦଲାଲମାନଙ୍କ ଠାରୁ,
ହୋମଘୃତକୁ ରକ୍ଷା କରିବାକୁ ହେବ
ମାତୃଦ୍ରୋହୀଙ୍କ ଠାରୁ।
ବିଷମ ସଙ୍କଟ କାଳରେ ଉଦ୍ଧାରିବାକୁ ହେବ
ସିଂହଘରଣୀକୁ ଶୃଗାଳଙ୍କ ଠାରୁ।
ସର୍ବେ ଦେଖୁଥିବେ,
ଶତ୍ରୁ ମୁଖରେ କାଳି ଲଗାଇ ଝଲସେଇବାକୁ ହେବ
ସସାଗରା ଧରିତ୍ରୀ,
ଭାଷାକୁ ଦେବାକୁ ହେବ ନ୍ୟାୟପୂର୍ଣ ସ୍ଥାନ,
ସ୍ୱାଧୀନତାକୁ ଗଣତନ୍ତ୍ରକୁ
ପ୍ରତିଟି ମଣିଷକୁ କରିବାକୁ ହେବ ସ୍ୱୟଂସଂପୂର୍ଣ।
ହେ ରାଜ୍ୟବାସୀ ବିଶ୍ୱାସକର,
ପରତେ ଯାଅ ଆଉ ଭାଷାର
ସୁଧାରସ ପାନ କର ସବୁଠି ସବୁବେଳ।
This poem has not been translated into any other language yet.
I would like to translate this poem