ଡର
ଗଜାନନ ମିଶ୍ର
ଡର ହିଁ ଥିଲା ଇନ୍ଦ୍ରଧନୁକୁ
ଉଡାଇଲି ପୁଣି ଯୁଦ୍ଧ ଜାହାଜ
ମେଘର ଆକାଶରେ।
କହିଲି ଆରେ କିଏ ଅଛରେ
ଆସ ସିଧା ସିଧା ଦେଖିବା
କେତେ ଶକ୍ତି ଧରିଛ ଏଠାରେ।
ନ ଥିଲା କିଛି ନୁହେଁ
ଯୋଉଟାକୁ ଧରି ହୋଇଥାନ୍ତା ଯାଇ
ଏଠାରୁ ବେଶ୍ ଖୁସିରେ।
ଦେଖିଥିଲା କି ଆଉ କଣ
ଆଉ ନାଇଁ ଯଦି ଏତେ ସେତେ
ସମୟ ହେଲା କିଆଁ ବରବାଦ
ରୋକଠୋକ ହିସାବନିକାଶରେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/9/2019
This poem has not been translated into any other language yet.
I would like to translate this poem