ଭାଙ୍ଗି ନି ଆଶା,
ବିଫଳ ହୋଇ ନି କର୍ମ,
ହୋଇ ନି ଅର୍ଥଶୂନ୍ୟ ଜ୍ଞାନ।
ରହିଛି ସେଇଠି
ଅଛି ଯୋଉଠି ମୂଳକାରଣ।
କରିଛି ଆୟତ୍ତ ପ୍ରକୃତି,
ମୋ ଗୀତରେ ମୁଁ
ହୋଇଛି ବାଉଳା।
ପାଳିଛି ବ୍ରତ ଦୃଢ ଭାବରେ,
ପ୍ରଣାମ ପ୍ରଣାମ
କହିଛି ଥରକୁ ଥର,
ଆଉ ହୋଇ ନି
ପୃଥକ୍ କାହାଠୁ।
ସାବଧାନ, କହିଛି
ନିଜକୁ ନିଜେ।
ଆଉ କହିଛି ତୁ ଇ
ସବୁ ଏଠି।
ସମୟ ବଦଳେ ଜାଣିଛି,
ଆଉ ସମୟ ସହିତ
ବଦଳେ ବେଶ ପୋଷାକ
ରଙ୍ଗ ଢଙ୍ଗ ତରଙ୍ଗ।
କିନ୍ତୁ ଘିରି ଘିରି ଚାଲିଥାଏ
ନିଜ ଭିତରେ ଓ ବାହାରେ
ବିଭବ ଭୋଗ କରି କରି।
ବଢୁଥାଏ ଅନୁଭବ,
ଅତୁଲ୍ୟ।
ଶ୍ରଦ୍ଧାଯୁକ୍ତ ଜୀବନ
ରହିଥାଏ ସ୍ଥିର,
ଅବଦଳ।
This poem has not been translated into any other language yet.
I would like to translate this poem