ବିଦେଶୀ ଭୃଣ Foreign Seed Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିଦେଶୀ ଭୃଣ Foreign Seed

Rating: 5.0

ମୋ ମା
ଗଜାନନ ମିଶ୍ର

ମତେ ଭଲ।
ଯଦି ତୁମର ବି ମା
କିଆଁ ଶେଷବେଳେ
ଠିକ୍ ଭାବେ ସେବାଦେଇ
ପାଖରେ ନ ରଖିଲ!
କିଆଁ ମଲାବେଳକୁ
ପାଣିବୁଡେ ନ ଦେଲ!
ଶୁଦ୍ଧିକ୍ରିୟାକୁ ନ ଆସିଲ!
ଘଟଦୀପକୁ ନ ଦେଖିଲ!

ମୋର ଭାଷା,
ମତେ ଭଲ।
ମା ଭାଷା
ପୂରା ଅସଲ।
ଯଦି ତୁମର ବି ଭାଷା,
କିଆଁ ଛାଡୁଛ ଆଶା!
ନାକଘୋଷାଡି
ଉଠବସ କରାଅ
ସେ ମନ୍ତ୍ରୀ ହେଉ
କି ରାଜା।
କିଆଁ ଭୁଲୁଛ
ତୁମ ମାଟିରେ
ତୁମ ଭାଷାରେ
ତୁମର ଇ
ସାର୍ବଭୌମ ଅଧିକାର,
ଅଧିକାରୀ ଅମଲାସବୁ
ତୁମ ସେବା କରିବାକୁ
ସଦା ତୟାର।
ବୁଝୁନି ଯିଏ
କର ଇଲାକା ବାହାର।

ଯାହା ଦେଖୁଛ
ସବୁ ତୁମର ଇ
ଏ ପାଣି ପବନ।
ମଦ ପିଆଇ
ମାଗିଖିଆ କରି
ଦାଦନ ପଠାଇ
ଯିଏ କରୁଛି
ତୁମକୁ ଶୂନ୍ୟ
ଭଲକରି ଚିହ୍ନ ।

ସିଏ ନିଶ୍ଚେ
ବିଦେଶୀ ଭୃଣ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
28/7/2019

COMMENTS OF THE POEM
Gajanan Mishra 27 July 2019

I am sovereign on my free land. I have right on my language.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success