ଫ୍ରି, ଇନେ
ଗଜାନନ ମିଶ୍ର
ଅପନେ ଆପ୍ ଲେଖୁଛେଁ,
କାଣା କେନ୍ତା ଲେଖୁଛେଁ,
କାଁଜେ ଲେଖୁଛେଁ,
ହେଟା ସବୁ ନେଇଁ ପଚରନ।
ଲେଖୁଛେଁ ଜେନଟା
ମନ ଲାଗୁଛେ ଜଦରଭି ପଢ,
ନେଇଁ ତ ନେଇଁ,
କିଛି କଥା ନେଇଁ।
ଅପନେ ଆପ ଲେଖୁଛେଁ ମୁଇଁ,
ଲେଖୁଛେଁ ତୁମର କଥା,
ମୋର କଥା, ଆମର ଇ
ଦୁନିଆର କଥା, ଜେନଟା
ଅଛେ ଆମର ଇନେ।
ନେଇଁ ପକାବାର କାହାକେ ତଲେ,
ନେଇଁ ରଖବାର ଭି କାହାକେ ଉପରେ।
ସମାନଥି ସଭେ ଥିସନ ଆରୁ
ଅଛନ୍ ଜାନିଛେଁ।
ହେଲେ ସଜଦେଖିକରି
କାଁଥିର କାଁଜେ ମାରୁଛ
ଟପା, ମୁଇଁ ଅଛେଁ ଜିତ୍ ରେ
ବଲିକରି କାଁଜେ କହେସୁଁ।
ଜିତ୍ କି ହାର୍
ନେଇସେ କାହାରିର୍ ଟା
ଆମେ ଜାନିଛୁଁ।
ହେଥିରକାଜେ ଲେଖୁଛେଁ ମୁଇଁ
ଅପନେ ଆପ୍ ବୁଝାବାରକାଜେ
ନିଜକେ ଆରୁ ଉନଝାମାନକେ।
ଉନଝାମାନେ ଅଛନ୍
ମୋର୍ ଭିତରେ ଜାନିଛେଁ।
ଉନଝାମାନକରକାଜେ ଅଛେଁ
ମୁଇଁ, ଭୁଝିଛେଁ।
ମୁଁଇଁ ଲେଖୁଛେଁ ଆରୁ
ଦେଖୁଛେଁ କେତେଦୂର
ଗଲାନ କିଏ କାହାରଠାନୁ।
ମୁଇଁ ଲେଖୁଛେଁ ଆରୁ
ହାଇଛାଇ କାହାରଟା
ଗଲାନ ରହି କେନ କେନଠାନେ।
ମୁଇଁ ଲେଖୁଛେଁ
ଜେନଟା ନେଇଁ ହେବାର ଲେଖି।
ମୁଇଁ ଲେଖୁଛେ
ଶବଦଠାନୁ କେତନିକେତେ
ଦୂରକେ ଯାଇକରି।
ଆରୁ ମୋର ଲେଖବାର ଭିତରେ
ଜଉଛେ ବଦଲି ଜେନଟା ଜେତକି
ସଁକଲିବେଟି ସଭକୁ
ଦଉଛେଁ ଗଦେଇ ତୁମର ଆଘେ।
ତୁମର ତୁମେ ଜେନଟା ଜେନ୍ତା
କରବାରଟା ମନା ନେଇଁ ନ,
କରିପାର, ଫ୍ରି, ଇନେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem