0
କେନବାଟୁ ଆଏସି ପାଏନ
ପାରସ ଭାଏଲ ଜାନି!
ଘର, ଘର ଆଏ
ଭଲପାଏବାର ଭିତରେ
ବଁଚୁଥିସି ମୁନୁସ।
ଜନାପଡସି କେତେକାଣା
ଇନେ ହେନେ।
ଆରୁ ମୁଫତରେ ମିଲସି
ଜେନଟାସବୁ ଆମକୂ
ପିତା ଲାଗୁଥିସି।
ଭାବନେଇଁ ଆରୁକିଛୁ,
ଚକଚକୋଉଛେ ବଲି
ହେଟା ସୁନା ନେଇସେ
ନେଇଁ ଜାନି ଭାଏଲ!
1
ବେଙ୍ଗ କାଁଜେ କହେତା
କାଣା କାହାକେ ହୋ!
ଛାଡ ସେ କଥା,
କରବାର କଥା, କରବା
କୁକୁର ଭୋ ଭୋ।
ଜୋଟ ହେଇକରି
କୁଲିହାମାନେ ରଡବେ
ହେନ୍ତା ହୁକେ ହୋ।
ପୋଡ ପସବା ଏକା
ଏକଧରସିଆ ଦେଖଲେ
ଇନେ କି ହେନେ କାଦୋ।
କାଁଜେ କେନ ଆରୁ
ଉଲଟାବା ପତର ପଛକେ ଆରୁ
କହେବା ନେଇଁ ପାରଲିଁ।
2
ଡଁଗରତଲକେ
ଜୁଲି ଜୁଲି ଆଏସନ,
କାହାକେ କହେବ କାଣା!
ରକତମାଉଁସର ଦିହେ
ଦେଖି ସହି ରହି
ପାରୁଛ କେଁ!
ଘରବଲି ଅଛ ଜେନ
ହେ ଭିତରେ ବି
କେତନିକେତେ ହିଁସାଅଁକାରେ
ମରୁଛନ ପଟ ପଟ।
ହେ ଡଁଗରଉପରୁ ଉତରିଆଏସନ
ଦୁଇପଟ କୁଲିହା
ଆରୁ ଆଏର ତରା ତରା
ଭାଗସନ ହେଟା ମାଛି ଅଁଧରିଆ।
This poem has not been translated into any other language yet.
I would like to translate this poem