ଭୂତ କି ଭିକାରୀ
ଗଜାନନ ମିଶ୍ର
ଶଳା, ତୁ ଯିଏ ବି ହ
ଭୂତ କି ଭିକାରୀ
ଯା ଯା ଏଠୁ ପଳା।
ଦିନର ଏ ଆଲୁଅରେ
ସ୍ପଷ୍ଟ ବାରି ହେଉଚୁ
ତୁ ଟା ଭିତରେ ଭିତରେ
ପୂରା ମଇଳା।
ତୁ ଯୋଉ ରାସ୍ତାରେ
ଯାଉଚୁ ସେଇଟା ଇ
ଅସତ୍ୟ ବେଃ!
ଅସନ୍ତୋଷ ଆଉ
ଦୁଃଖ ଯନ୍ତ୍ରଣା ସବୁ ଧରି
ଅନ୍ଧାରୁଆ ଘେରି ଭାଙ୍ଗିବା
ଅସଲ ଲକ୍ଷ୍ୟରେ!
ଲକ୍ଷ୍ୟର ଲାଳସା ଇ
ପଦଚିହ୍ନ ଛାଡେ
ଆଉ ଫୁଟାଏ ହସର
ଲହଡା ଏଠାରେ ।
କିଛି ନାଇଁରେ
କିଛି ନାଇଁ, ଖାଲି ଯାହା
ବାସ୍ତବତାକୁ ପରଖିବା କଥା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/01/2020
This poem has not been translated into any other language yet.
I would like to translate this poem