ଏଃ ମଣିଷ Hello Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏଃ ମଣିଷ Hello Men

Rating: 5.0

ଏଃ ମଣିଷ
ଗଜାନନ ମିଶ୍ର

ଆରେ ଏଃ ମଣିଷ!
ତୋର ତୁ ରଖି ଥା
ସବୁ ସୁଖଦ ଦୁଃସ୍ୱପ୍ନ।
ଆଉ ଯା ଛିଡା ହ,
ସେଇଠି ସେଇ
ଶଗଡଗୁଳାରେ
ଧାଡିବାନ୍ଧି।

ମୁଗ୍ଧ ହୋଇ ରହି ଥା ବେଃ,
ଯାଆସ ଚଲେଇ ଥା।
କାଳର ଗର୍ଭକୁ
ଅନେଇ ଥା, ଯାଃ।
ଅଣଓସାରିଆ ରାସ୍ତା ଦେଖି
ଛାଟିପିଟି ହେଉ ଥା।
ଉପରତଳ କରି କରି ଗଳା
ଗଣୁ ଥା ଏକ ଦୁଇ ତିନ୍,
ଗାଉ ଥା, ତାକ୍ ଧିନାଧିନ୍।

ଆରେ ଏଃ,
ଅନ୍ଧାରୁଆ ଗର୍ତ୍ତସବୁ
ତୋର।
ଝର୍କା ଖୋଲି ଦେଖେ,
କବାଟ ଖୋଲି
ପାଦ ବଢେଇ ଦେ।
କହି ଦେ
ଏ ଦୁର୍ଗ କେବଳ ତୋର।

ପ୍ରତି ମୁହୂର୍ତ୍ତ ପୂର୍ବ ନିର୍ଧାରିତ,
ଖୋଳତାଡ କରି ଦେଖ
କୋଉଠି କେତେ ଭୂଚିତ୍ର।
ଜଳାତଙ୍କ ରୋଗ,
ରକ୍ତ ପୂଜ ସନ୍ଦେହ।
ବାଟରେ ଘାଟରେ
କେତେବେଳେ କୋଉ ପୋଷାକ।

ଆରେ ଏଃ ମଣିଷ,
ତୋ ପାଇଁ ମୋର ଏଠି
ଦିନସାରା ଭୋକ ଭୋକ ଆଉ
ଏତେ ରାତିସାରା ଶୋଷ, ଶୋଷ।

Monday, June 11, 2018
Topic(s) of this poem: life
COMMENTS OF THE POEM
Robert Murray Smith 11 June 2018

Hello men. Good one.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success