1.
କହୁ ନି କିଛି,
ଦେଖୁଛି ଖାଲି
କଣ ହେଉଛି କୋଉଠି
ଶାନ୍ତ ହୋଇ ।
ଶୁଣୁ ନି କିଛି,
ବୁଝୁଛି ଖାଲି
କଣ କାରଣ
ଏ ସବୁର ଏମିତି ।
ପାଇ ଯାଉଛି
ସବୁକିଛି
ଏଇଠି ଇ ।
2.
ସବୁଠୁ ପବିତ୍ର,
ଏଇ ଦିନ,
ଏଇ ମାସ,
ଏଇ ପକ୍ଷ,
ଆଉ ଆମେ ଏକତ୍ର ।
ସବୁଠୁ ଖୁସି ଆମେ
ଏଇଠି ଏମିତି
ସବୁରି ସାଥୀରେ ।
ଆମ ଉପରେ
ଆଉ କେହି ନାହିଁ
ଏଠାରେ ।
This poem has not been translated into any other language yet.
I would like to translate this poem