ଏଠି ସେଠି Here There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏଠି ସେଠି Here There

Rating: 5.0

ତୁମେ ଅଛ ବୋଲି
ମୁଁ ପାରୁଛି ଡେଇଁ
ସାତ ସମୁଦ୍ର ତେର ନଈ
ଏକା ନିଶ୍ୱାସକେ।

ତୁମେ ଅଛ ବୋଲି
ପାରୁଚି ଚଢି
ଉପରୁ ଉପର
ଆଉ ଲାଗୁଛି ଜୀବନ
ରଙ୍ଗୀନ ଆଲୁଅମୟ।

ତୁମେ ଅଛ ବୋଲି
ଏତେସେତେ ଫୁଟୁଛି ଫୁଲ
ବାଡିରେ ଆମର।

ଅଛ ବୋଲି ତୁମେ
ଘଷିମାଜି କରୁଛି ଧାର
ଜୀବନକୁ ଦିନେ ପ୍ରତିଦିନେ।
ତୁମେ ଅଛ
ଆଉ ଅଛି ମୁଁ
ଆଉ ଅଛି ଆନନ୍ଦ।

ଅଛି ଆନନ୍ଦ ଅଛି ଜୀବନ,
ଅଛ ବୋଲି ତୁମେ।

ଅଛ ବୋଲି ତୁମେ
କାନ୍ଦ ସବୁ ହେଉଛି ହସ,
ଜଳୁଛି ମାଟିଦୀପ,
ଏଠି ସେଠି ସବୁଠି,
ଅଛ ବୋଲି ପାରୁନି
ହୋଇ କିଛି ଧ୍ୱଂସସ୍ତୁପ।

Monday, November 6, 2017
Topic(s) of this poem: truth
POET'S NOTES ABOUT THE POEM
Written in Odia language. i is all about love and the truth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success