ମାନବିକ ଅଧିକାର Human Right Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାନବିକ ଅଧିକାର Human Right

Rating: 5.0

ଗୌତମ ନବଲଖା
ଗଜାନନ ମିଶ୍ର

1

ଭିତରେ ଭରି ଦିଅ ତାକୁ,
କହିବ କିଆଁ ସେ
ମଣିଷର ଅଧିକାର ଉପରେ!
ମଣିଷ ଆଉ ନାହାନ୍ତି
ସେ କଣ ଜାଣି ନି ଏ ଯାଏ?
ତାକୁ କଣ ଜଣା ନାଇଁ
କେବେଠୁ ମଣିଷମାନେ
ପାଲଟି ସାରିଛନ୍ତି ଅମଣିଷ!

ଗିରଫ କର,
ଝୁଲାଇଦିଅ ଫାଶୀରେ ।
ସିଏ ଶାନ୍ତିକାମୀ ଲେଖକ,
ସିଏ ନକ୍ସଲବାଦୀ।
ସାମାଜିକ କର୍ମୀ,
ମାଓବାଦୀ।
ମାନବାଧିକାର କଥା କହୁଛି
ମଣିଷ ସପକ୍ଷରେ କରୁଛି ଯୁକ୍ତି।

ଗୌତମ ନବଲଖା,
ଆଉ ୟାଙ୍କ ସହିତ
ବାରବରା ରାଓ,
ଅରୁଣ ଫେରେରା,
ସୁଧା ଭରଦ୍ବାଜ,
ଏସବୁ ପାଇବେ ଦଣ୍ଡ
ଏମାନେ ସବୁ
ଦଣ୍ଡକୁ ଯୋଗ୍ଯ ।

2

ମଣିଷ ବିଷୟରେ
ମାଟି ବିଷୟରେ
ଭାଷା ବିଷୟରେ
କହିଚାଲ ନବଲଖା
କହିଚାଲ ବାରବରା
କହିଚାଲ ଲେନିନ
କହିଚାଲ କୁମାର
ହଟେଇ ଚାଲ ଅନ୍ଧାର।

ଅନ୍ଧଗୁଡାକ
କଣ ଦେଖିବେ ଆଲୁଅ,
କାଲଗୁଡାକ
କଣ ଶୁଣିବେ ତୁମ ଶବ୍ଦ,
ଅମଣିଷଗୁଡାକ
ପାରିବେ ନି ବୁଝି
ମଣିଷପଣିଆ କଣ
ତଥାପି କରିଚାଲ ନିଜ କାମ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
13/6/2019

POET'S NOTES ABOUT THE POEM
Language - odia,script - brahmi,this is about human rights
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success