ଦିଅ ନା ଆଘାତ Hurt Not Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦିଅ ନା ଆଘାତ Hurt Not

1.

ଦିଅ ନା ଆଘାତ ମତେ,
କାନ୍ଦିବ ସେଥିରେ ତୁମେ।

ମାପ ନା ଦୂରତା
ହଜିବ ସେଥିରେ, ଜାଣେ।

ଗଣତିରେ ନିଅ ନା
ଆସୁଥିବା ଶବ୍ଦ ସବୁକୁ,
ବଦଳର ସଙ୍କେତ ଥିବାବେଳେ।

ଭଦ୍ରତା ଖାତିରରେ
କହିଦିଅ ନାହିଁ ତୁମେ ଘରେ,
ପବନ ପିଟି ହେଲାବେଳେ ପାହାଡରେ।

2.

ଖେଳ ନା ମିଛ ସହିତ,
ଆଉ ଆସ ନା ବସି ମିତ।

ଘୃଣାକୁ କର ନା ଅସ୍ତ୍ର,
ଆଉ ହୁଅ ନା ବିବସ୍ତ୍ର।

ଭାବନାକୁ କର ନା ଲକ୍ଷ୍ୟ,
ଆଉ ମାର ନା ସ୍ୱପ୍ନକୁ ଚୋଟ।

ଜୀବନ ସଦା ଭଙ୍ଗା, ଜୋଡ।
ସହିବା ଶିଖ ସତ୍ୟ।

ଜିତାହରାର ନାଇଁ କିଛି ମୂଲ୍ୟ,
କହିବ ଯାହା କରିବ ତାହା ହେଉ ନି ଦୃଶ୍ଯ ।

Monday, June 4, 2018
Topic(s) of this poem: life
POET'S NOTES ABOUT THE POEM
written in Odia language, Odia is the official language of Odisa India. It is about love and life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success