ମିଛ ଧୂଳି ଧୂଆଁ ଫିଙ୍ଗି
ପାରିବ ନି କରି ପରାସ୍ତ ମତେ ।
ସେଥିରେ ବରଂ ମୁଁ
ଶକ୍ତ ହେବି ଆହୁରି,
ଆଉ ପାଇବି ଖୋରାକ
ଆହୁରି ଆହୁରି ଆଗକୁ ଯିବାର ।
ବରଂ କର ସ୍ଵାଗତ,
ଖୋଲାରଖି ପ୍ରବେଶ ଦ୍ଵାର ।
ମନାଅ ଉତ୍ସବ ଯେ ମୁଁ
ଆସି ପହଂଚିଛି ସାଙ୍ଗସୁଖ ସବୁ ଧରି ।
ପଚାରିବାରେ ମନା ନାହିଁ
ମଧୁର ଭାଷାରେ ଯଦି
ଅଛି କିଛି ସନ୍ଦେହ ମନରେ ।
ମୁଁ ଏଠାକାର କିଛି ସମୟର ଅତିଥି,
ଜାଣିଛି ସବୁ ବୋଲି ପାରୁ ନି କହି ।
କିନ୍ତୁ ଅଛି ମୋର ଆଖି ଆଉ ମୁଁ
ଦେଖୁଛି ସବୁ ଭଲ ମନ୍ଦ
ଯଦିଓ ନାହିଁ କିଛି କରିବାର,
ହୋଇ ଯାଉଛି ସବୁ ସ୍ଵତଃ,
ଏଇଟା ହିଁ ସୌଭାଗ୍ୟ ।
This poem has not been translated into any other language yet.
I would like to translate this poem