ନେଇଁ କହ ମକେ
ହେତାର କଥା,
ନେଇଁ ଜାନି ମୁଇଁ
କହୁଛ କେନ ନବୀନକେ
ନେଇକରି କେନକଥା।
ଗୁଟେ ନବୀନକେ
ଜାନିଛେଁ ମୋର ଜୟ କକାର ପୁଓ,
ଛୁଆଥିଲାବେଲେ ମୁଇଁ
କେଲିବାଡି ଖେଲୁଥିଲା ମୋର ସଁଗେ।
ଆରୁଗୁଟେ ନବୀନ
ମୋର ଶଲା ଆଏ,
ମୋର ମାଏଝିର ଭାଏ,
ବିହା ହେଲାଦିନୁ ହେତାର ବହେନକେ,
ଥିଲା ମୋର ପାଖେ ପାଖେ
କାନ ଫୁସଫୁସ ମନତର ପାଏଲାପତେ।
ଆରୁଗୁଟେ ନବୀନକେ ଭି ଜାନିଛେଁ,
ଯାହାର ତୁଡୁଁ ନେଇଁ ବାହାରେ
ମୋର ମାଟିର ଭାଷା ପଦେ,
ନେଇଁ ହେଲେ ଭି କାଁ ହେଲା
ଟେକି ଧରିଛନ୍ ହେତାକେ
ମୁଡ ଉପରେ ମୋର ମାଟିର ଲୁକେ।
କେନ ନବୀନକେ ନେଇକରି କାଣା କହୁଛ
ହେଟା ମକେ ନେଇଁ ଜନା,
ନବୀନ ନାଁ ଧରଲେ ଏଭେ
ଲାଗୁଛେ ମକେ ବନା ବନା,
ଆରୁ ମୋର ରାଏଜର ଲୁକେ
ହଉଛନ୍ ବଅରାଜଖା
ଶୁନି ଶୁନାବାରଲାଗି ହେତାର କଥା।
This poem has not been translated into any other language yet.
I would like to translate this poem