ଯିବି ମୁଁ ଆଗକୁ I Will Go Forward Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯିବି ମୁଁ ଆଗକୁ I Will Go Forward

Rating: 5.0

ମତେ ଛାଡି ଦିଅ,
ଛାଡି ଦିଅ ବାଟ।
ଯିବି ମୁଁ ଆଗକୁ ଆହୁରି।
ଅସ୍ଥିର କୁହେଳି ଭିତରେ
ଯେତେ ଯାହା ଅଛି
ପାପତାପ, ଅନ୍ଧାରୁଆ
ଇର୍ଷାଦ୍ୱେଷ, ବିବେକର
ବ୍ରହ୍ମାସ୍ତ୍ରରେ ସବୁକୁ ନାଶିବି
ଆସ୍ତେ ଆସ୍ତେ କରି।

ଛାଡି ଦିଅ, ଛାଡି ଦିଅ ବାଟ,
ମୁଁ ଯିବି ଆଗକୁ ଆହୁରି।
ଅନ୍ଧାରରୁ ଆଲୋକ ଆଣି
ଅଭ୍ୟନ୍ତରେ ମୋ ରଖିବି ।
ସ୍ନେହରେ ବିହ୍ୱଳ ଆବିଷ୍ଟତାରେ
ହୀରା ନୀଳା ମୁକ୍ତାର
ସମ୍ଭାର ଆଣିବି।

ଛାଡିଦିଅ, ଛାଡିଦିଅ ବାଟ
ଯିବି ମୁଁ ଆଗକୁ ଆହୁରି।
ମେଘମୁକ୍ତ ଆକାଶ ଦେହରେ
ପ୍ରେମର ନୂଆ ହାୱାପାଣି ଛାଟିବି,
ଆଉ ବିଛେଇବି ଅକ୍ଷୟ ଅନିର୍ବାଣ
ଆଲୋକର ବାରି।

ମତେ ଛାଡିଦିଅ,
ଛାଡିଦିଅ ବାଟ
ଯିବି ମୁଁ ଆଗକୁ ଆହୁରି।

**
1987ରେ ପ୍ରକାଶିତ ମୋ କବିତା ବହି "ସର୍ବନାମ"ର ଶେଷ କବିତା

Friday, November 24, 2017
Topic(s) of this poem: men
POET'S NOTES ABOUT THE POEM
Written in Odia language. Odia is the official language of Odisha, India. Let men proceed forward with love- the central meaning of this poem.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success