ପକ୍ଷଭୁକ୍ତ
ଗଜାନନ ମିଶ୍ର
ହଁ କି ନା,
ଆଉ ଅନ୍ୟ ବିକଳ୍ପ
ଖୋଜୁଛ କିଆଁ!
ଜିଅଁ
ନହେଲେ
ଭେଟ ମରଣ।
ବିକଳ୍ପ ମାନେ
ଦହଗଂଜ।
ଦହଗଂଜ ନହେଲେ
ଅବଶ୍ଯ ବେଳେବେଳେ
ନୂଆ କିଛି ମିଳେ ନା।
ବଙ୍କାତେଢାକୁ
ଗତାନୁଗତିକତାକୁ
ଫୁକରି ଉଡାଇ ଦିଅ ନା।
ପ୍ରବହମାନଧାରାରେ
ମନା ନାଇଁ, ଯାଅ।
ଭିତରକୁ ଉହୁଙ୍କିଚାହଁ
ଅଛି କଣ ଆଉ
ବଦଳିଚାଲିଛି କେମିତି!
ଆଉ ଦେଖ
ସବୁ ବଦଳ ଭିତରେ
ତୁମେ ନିଜେ ଇ
ରହିଛ ଅଅବଦଳ
ସତକୁ ସତ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/8/2019
This poem has not been translated into any other language yet.
I would like to translate this poem