ଖରାପ ସମୟରେ
ଗଜାନନ ମିଶ୍ର
ଖରାପ ସମୟରେ
ସାଥ୍ ଦେଇ ନ ଥିବାରୁ
ଧନ୍ୟବାଦ।
ହାଲୁକା କରିଦେଲ
ଦେହ ମନ।
ଆଗତୁରା ତୁଟାଇଦେଲ
ସବୁ ଝାମେଲା
ଧନ୍ୟବାଦ।
ଯୋଉଠି ଅଛ ଥାଅ
ଭଲରେ ଥାଅ।
ଭଲକୁ ଭଲ କହିବାକୁ
ସମୟ ଦରକାର ତୁମକୁ।
ଯିବା ଆସିବା
କଣ ଏତେ ସହଜ!
ନେବ କିଏ ତୁମକୁ
ନେବ କୋଉଠିକୁ!
ହୋଇଛି ଯାହା
ଅଛି ସବୁ ରେକର୍ଡ।
ଆଉ ଉପରକୁ ଗଲେ
ଛନ୍ଦି ହେବ ଆପଣା ଜାଲରେ।
ଆଃ, ଏତେ କଷ୍ଟ
ଥାଅ, ଯୋଉଠି ଅଛ
ସମୟ ନ କରି ନଷ୍ଟ।
ଗୋଟିଏ ଜାଗାରେ
ଗୋଟିଏ ଡୋରୀରେ
ବନ୍ଧା ସଭିଏଁ।
ବୁଝି ବି ବୁଝୁ ନ ଯଦି
ନାଇଁ କହିବାକୁ କିଛି।
ଯାଇଛି ଫଶି ଏଇଠି।
This poem has not been translated into any other language yet.
I would like to translate this poem