କେହି କାହାକୁ ଶୁଣାଏ ନା
ଗଜାନନ ମିଶ୍ର
ବାୟାଗୀତ ଆଉ ଏଇଟା ଶୁଣି
ମନ ବି ଆଦୁ ବୁଝେ ନା।
ନୃସିଂହନାଥ ଯାଏ ମାଡିଆସେ ସମୁଦ୍ତ
ବନ୍ଦ ହୋଇଯାଏ ପାହାଡିଝର୍ଣାର ଗୀତ।
ଚାରିଆଡର ଗାଁଗଣ୍ଡା ହୋଇଯାଏ ଶ୍ମଶାନ
ଓଲଟା ଦାନଧର୍ମ ବଢେ ନାରୀ ନିର୍ଯ୍ୟାତନା।
କେହି କାହାକୁ ଦେଖେ ନା କି ଶୁଣେ ନା
ପାହାଡର ତଳ କି ଉପର ସେମିତି ଆଉ ଥାଏ ନା।
କାହାକୁ କିଏ କେତେବେଳେ ଟାଣୁଥାଏ ଓଟାରୁଥାଏ
କାହାକୁ କିଏ କେତେବେଳେ ଜନ୍ମ କରୁଥାଏ ପୁଣି ମାରୁଥାଏ!
କାର୍ତ୍ତିକସକାଳର ପାଣି ଟୋପାରେ ନିଆଁ ଜଳୁଥାଏ
ଆଉ ସେ ନିଆଁରେ ଜଳୁଥାଏ ମୋ ପୃଥିବୀ।
କେହି କାହାକୁ ଜାଣେ ନା ଜାଣି ପାରେ ନା ଏଠି
କେହି କାହାକୁ ପାରେ ନା ବୁଝି ଆଦୁ ବୁଝେ ନା।
This poem has not been translated into any other language yet.
I would like to translate this poem