1
ସେଇ ତାଲିକାରେ କେମିତି
ପାଆନ୍ତ ମୋ ନାମ ଗ୍ରାମ।
ସେମାନଙ୍କ ସାଥୀରେ ମୁଁ
ପିଇ ନାଇଁ ମଦ କେବେ।
ମୁଁ ସଫଳ ବୋଲି କହି ନି
କାହାକୁ କି ଶୁଣି ନି କାହାଠୁ।
2
ଥାଇକରି ବି ନ ଥିଲି ମୁଁ
ତୁମ ସହିତ ଆଉ ତୁମେ
ନ ପଚାରିଲେ ବି
ଦେଉଥିଲି ମୁଁ ଗୁଡାଏ
ଉତ୍ତର, ଭୁଲ ହେଉ
କି ହେଉ ଠିକ୍।
ମୁଁ କଣ ନ ଥିଲି
ତୁମର ପ୍ରତିଦ୍ୱନ୍ଦୀ!
This poem has not been translated into any other language yet.
I would like to translate this poem