ଲାତ ମାରୁଛ, ଲାତ ମାରୁଛ,
ଲାତ ମାରୁଛ।
ମୁଁ ଟିକିଏ ଘୁଂଚି ଆସିଲାକୁ
ରାଗି ଯାଉଛ,
କଥାଭାଷା ବନ୍ଦ କରୁଛ,
ପୁଅନାତି ଯାଏ କହିଦେଉଛ,
ଚାଲାକି ଦେଖାଉଛିରେ,
ୟାର କରିଦିଅ ସର୍ବନାଶ।
ମାରିବାକୁ ଦେଉ ନ
ସୁସ୍ଥରେ ଟିକିଏ ଶାନ୍ତିର ନିଶ୍ବାସ ।
ବସିବାକୁ, ଶୋଇବାକୁ ଦେଉ ନ
କୋଉଠି କେତେବେଳେ।
କହୁଛ, ଏବେ ମରିବୁରେ
ହେଇ ଛାଡୁଛି ଶର, ଶର ଉପରେ ଶର।
ହେଲେ ପାରୁ ନ ବୁଝି
ତୁମ ଶରରେ ହେଉଛି ତୁମ ନିଜର ଇ ଧ୍ୱଂସ।
This poem has not been translated into any other language yet.
I would like to translate this poem