1
ବଂଚିଛି କି
ମରିଛି
ଜଣା ନାଇଁ ମତେ।
ଯାଉଛି କି
ଆଉଛି
ଜଣା ନାଇଁ ମତେ।
ତଥାପି କହୁଛି
ବଂଚିଛି ଆଉ ଯାଉଛି।
2
ବହୁତ ଭଲ,
ବହୁତ ଭଲ
ଇତି କରିଦେବା।
ଜଣା ନାଇଁ ଯଦିଓ
କାହାକୁ କରାଯାଏ କେମିତି।
ତଥାପି ଅଛି ଏଠି
ଘୃଣାର ଶିକାର ହୋଇ
ପ୍ରେମର ଥୋପରେ।
3
ପ୍ରେମରେ
ଘୃଣା ପାଇବ କୋଉଠୁ?
ଶତ୍ରୁର ଭାଷା କହୁଥିଲାଯାଏ
ମୋଠି ରହିବ କେମିତି?
ଏଠି ମୁଁ ଥିଲେ ଦୁଃଖରେ
ତୁମେ ସେଠି ଖୁସିରେ
ହୋଲି ଖେଳୁଛ, ମିଠା ବାଣ୍ଟୁଛ।
ତୁମ ଭାଷାରେ
ତୁମକୁ ଇ ଦେଉଛି
ଉତ୍ତର ସମୟ।
This poem has not been translated into any other language yet.
I would like to translate this poem