ପ୍ରାଣୀର ଦୁଃଖରେ ଦୁଃଖିତ,
ସର୍ବଦା ହେଉ ମୋର ଚିତ୍ତ।
ହେ ପ୍ରଭୁ ମୋତେ ଦୟାକର,
ମୁଁ କରେଁ ଲୋକ ଉପକାର- ଅତିବଡି ଜଗନ୍ନାଥ ଦାସ।
କିନ୍ତୁ ହେ ଜଗନ୍ନ।ଥ, କ୍ଷମାକର,
ଆଉ ଏବେ ଦୁଃଖି ରୋଗୀକୁ
ସାହାଯ୍ଯ କଲେ କହିବ,
ମତେ କିଆଁ ଉପହାସ କରୁଛ?
କହିବ, ମୋର ଅସମୟର,
ଦୁର୍ବଳତାର କିଆଁ ଫାଏଦା ନେଉଛ!
ନ କଲେ କିଛି କହିବ,
କେହି କିଛି କରୁ ନ,
ତୁମେ ସବୁ ଅମଣିଷ!
ହେ ଜଗନ୍ନାଥ, ସାକ୍ଷୀ ତୁମେ,
କର କି ନ କର
ଆସିବ ପାଖକୁ ସବୁ ଦୋଷ।
କରିବ ଯିଏ ସାହାଯ୍ଯ
ସବୁ ସହିବ ଗାଳି ମାଡ।
ଘୋର କଳିକାଳ,
ଆଉ ୟାର ସବୁ ଫାଏଦା
ନେଇ ଚାଲନ୍ତି ଖଳବଳ।
This poem has not been translated into any other language yet.
I would like to translate this poem