ଭିତରେ ବାହାରେ Inside Outside Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭିତରେ ବାହାରେ Inside Outside

କାଁ ଭାଁ କବି
ଗଜାନନ ମିଶ୍ର

1

ଧୂଳି ସଂଖ୍ୟାରେ କବି
ଧୂଳି ସଂଖ୍ୟାରେ ଭାଷା
ଏହାଙ୍କ ଭିତରେ ଖେଳେ ଭାବ
ଭାବର ଭିତରେ କୋଟିକେ ଗୋଟିଏ
ଆସେ କବିତା-ମନ୍ତ୍ର
କବିତା-ମନ୍ତ୍ର ଭିତରେ ଜୀବନ
ଜୀବନ ଭିତରେ ପ୍ରେମ
ପ୍ରେମ ଭିତରେ ସତ୍ୟ
ସେଇ ସତ୍ୟ ଭିତରେ
କାଁ ଭାଁ କବି ଆତଯାତ।

2

କିଏ କହିବ
ଅଛି କଣ କବି
ଭିତରେ ବାହାରେ
ଦେଖି ଶୁଣି ବି ଅଗୋଚର
ସଭିଙ୍କୁ ଏଠାରେ
କିଏ ବା କୋଉଠି
ଶବ୍ଦରୁ ଶବ୍ଦ ହୋଇ
ନିଶବ୍ଦରେ ଥାଏ କବି
ଆଉ ଭ୍ରମୁଥାଏ ମହୀ
ଏକାକୀ ଏକାକୀ।


ତପୋବନ, ଟିଟିଲାଗଡ,ବଲାଙ୍ଗୀର
10/09/2020

Thursday, September 10, 2020
Topic(s) of this poem: life,poet
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success