ସବୁ ସତ କି? Is All Truth? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ସତ କି? Is All Truth?

କେଉଁଠାରୁ ଆସିଛି ମୁଁ
ଯାଉଛି କେଉଁଆଡେ,
ରହିଛି କେଉଁଠି
କିଛି ଜଣା ନାହିଁ ମତେ।

ତୁମ ଶବଦ ଶୁଣୁଛି,
ଅଛି କଣ ସେଥିରେ
ଉପାୟ ନାଇଁ ଜାଣିବାର,
ଆଉ ଯାହା ଜାଣୁଛି କହୁଛି
ସେସବୁ ପ୍ରଥମ ନଈବଢିର
ବୁଦବୁଦ ଫେଣତୁଲ୍ୟ।

କାରଣ କଣ କିଏ ଆଉ କେମିତି,
ଜାଣୁ ଜାଣୁ ଯାଉଛି ସରି
ଏ ଫମ୍ପା ଦେହଗୋଟି ଯାହା
ସତ କି ସତ ନୁହଁ ଜାଣିବାର ଅଛି।

ଫେରକୁ ଫେର ଚାଲିଛି ନିଶ୍ୱାସ,
ଆଉ ଆରମ୍ଭ ସେଇଠୁ ସମୟ ଘଡି।

ଘଡିରୁ ପ୍ରହର, ପ୍ରହରରୁ ଦିନ ଆଉ ରାତି,
ସୂର୍ଯ୍ୟ ଚନ୍ଦ୍ରଙ୍କ କରାମତି,
ପୁଣି ବାର ପକ୍ଷ କୃଷ୍ଣ ଶୁକ୍ଳ
ମାସ ବର୍ଷ ତିଥି,
ନକ୍ଷତ୍ରଙ୍କ ଗତି।

ସବୁ ସତ କି?
ନା ମନକୁ ଭୁଲାଇ
ଗଣନାରେ ବ୍ୟସ୍ତ ବିଧି।
ଜନ୍ମମରଣ ନିୟତି।

Saturday, July 7, 2018
Topic(s) of this poem: life,truth
POET'S NOTES ABOUT THE POEM
written in odia language Odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success