ରଖ ନା ସଂପର୍କ Keep No Relation Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରଖ ନା ସଂପର୍କ Keep No Relation

Rating: 5.0

ଏଠାରେ ଏତେବେଳେ
ଗଜାନନ ମିଶ୍ର

ଦରକାର ନାଇଁ
ରଖ ନା ମୋ ସହ ସଂପର୍କ!
ଯଦି ମୁଁ ଶଳା, ନାଗରୀ ନଚଉଛି,
ଯଦି ମୁଁ ଶଳା, ଲାଂଚ ଖାଉଛି,
ଜୁଆ ଖେଳୁଛି,
ଯାହା ବି କରୁଛି ଯଦି ଫାଇଦା ମାପୁଛି,
ଯଦି ମୁଁ ଶଳା, ଆଗରେ ଆସମାନକୁ ଟେକି
ପଛରେ ଛୁରୀ ଭୁଷୁଛି,
ଯଦି ମୁଁ ଶଳା, ମଦ ପିଉଛି,
ଗଂଜେଇ ଚରସ ଟାଣୁଛି,
ଜୁଆ ସଟ୍ଟାର ଆଡ୍ଡା ଖୋଲିଛି,
ଆଉ ସତକୁ ସତ ତୁମେ
ଏ ସବୁର ଖିଲାପରେ!

2

ମୋର ମତେ ମୋଠି ଛାଡିଦିଅ,
ଭୁଲିଯାଅ ମତେ, ମୁଁ ମୋଠି
କି ଆଉ କୋଉଠି ମରେଁ କି ତରେଁ!
ମତେ ନେଇ କୁହ ନା କିଛି
କର ନା କିଛି, ମୋ ସହ
ସଂପର୍କର ମାନେ ନାଇଁ କିଛି ।
ମୁଁ ଶଳା ବେଇମାନ ବଜ୍ଜାତ୍
ନିମକହାରାମ ଗଦ୍ଦାର ଯଦି
ମୁଁ ମୋର ଆଣ୍ଠୁଗଣ୍ଠି ବାତଗ୍ରସ୍ତ ହୋଇ
ପଡି ରହେଁ ନର୍କରେ,
ଦରକାର ନାଇଁ ଆହା କରିବାରେ।
ତୁମର ସ୍ୱର୍ଗସୁଖ ତୁମର,
ତୁମର ଆରାମଅୟସ ଦେବତ୍ୱ ତୁମର,
ତୁମର ଭାଇବନ୍ଧୁ ଆତ୍ମୀୟ ସ୍ୱଜନ ତୁମର,
ମୁଁ ମୋର ମୋଠି ଯାହା ଯେମିତି ହେଲେ ବି
ମୋ ଜୀବନ ମୋର, ମୋ ମାଟି ମୋର,
ମୋ ସ୍ୱପ୍ନ ମୋର, ମୁଁ ମୋର।
ମୋ ଅନ୍ଧାର ମୋର, ମୋ ଆଲୁଅ ମୋର!

3

କିଛି କହିବା କିଛି କରିବା ଆଗରୁ
ଦେଖ ପରଖ କିଏ କାହାର
ଏକାକୀତ୍ୱର ନିର୍ଜନତାର ଦ୍ୱାହିରେ
ଏଠାରେ ଏତେବେଳେ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
10/10/2019

ରଖ ନା ସଂପର୍କ Keep No Relation
Thursday, October 10, 2019
Topic(s) of this poem: life,men
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
Gajanan Mishra 10 October 2019

Keep no relation if you think I am wrong

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success