ପିନ୍ଧିଥିବା କପଟାରୁ
ସୁତାଟେ ଛିଡେଇକରି
ଥୁକି ଦେସି ଆରୁ
ଫିକିଦେସି କାଁକାଜେ
ମୋର ମା ଏଭେ ବି ।
ମୋର ମା କେ
କିହେ ଭି ନାଇଁ ପାରି ବୁଝି,
କାଁକାଜେ ଏଭେ ବି ହୁଡସି
ଗଜାବଏସିଏ ଖାଇଦେଲେରେ
ଆରୁ ତ ଆରୁ ଛଟପଟାସି
ହୁଡିକୁଦିକରି ଗଦେଇଦେସି ।
କେଭେ ମୁଇଁ ଜାନବାରକାଜେ
ଚାହିଁଛେ କେଁ କେଁଟା ଅଛେ
ମୋର ମା ଭିତରେ?
This poem has not been translated into any other language yet.
I would like to translate this poem