ଲଲିପପ୍
ନାଇଁ ଧରାଅ ଆଉ।
ଆଇସ୍କ୍ରିମ ଆଉ
କେକ୍ ଠାରୁ ବି
ଦୂରରେ ଏବେ ମୁଁ।
ଆଖି, ବାଳ, ଗାଲ,
ଏସବୁର ଯତ୍ନ ପାଇଁ ବି
ସମୟ ନାଇଁ ମୋଠି।
ପଥର କେମିତି ବଂଚେ
ପଢୁଛି ସେଇଟା ଏବେ।
ପଡିବାର ନାଇଁ ମୋର
ଇନ୍ଦ୍ରଧନୁ ପଛରେ କି
ଦରକାର ନାଇଁ ବି
ମତେ ହସ ଟିକିଏ।
This poem has not been translated into any other language yet.
I would like to translate this poem