ଅଛି ଲେଖିବାକୁ ଭାଷା, Language Is There To Write Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଛି ଲେଖିବାକୁ ଭାଷା, Language Is There To Write

Rating: 5.0

1.

ଅଛି ଲେଖିବାକୁ ଭାଷା,
ଅଛି କହିବାକୁ କଥା,
ଟିକିଏ ରହିଯାଅ,
ଭଲମନ୍ଦ ବୁଝିନିଅ,
ଲେଖିବ ତ ନିଜ ଭାଷାରେ
ତରତର କିଆଁ!
କିଛିଦିନ ଯାଉ,
ଗଣିସାରେଁ ଲହଡା,
ମୋ ପାଖଆଖ ନିଜ ଲୋକେ
ପକାଉଛନ୍ତି ମତେ ଇ ଅସୁବିଧାରେ
ଆଉ ଅସୁବିଧା ପୁଣି
ଠିକ୍ ସମୟରେ କରିଦେଉଛି
ସବୁ ସୁବିଧା,
ଜାଣି ବୁଝିବାକୁ ହେବ
ଆଲୁଅର ନକ୍ସା।
ମୋ ବିଶ୍ୱାସ ଅବଶ୍ଯ ମୋର,
ଗଦ୍ୟ ହେଉ କି ପଦ୍ୟ
ଅଛି ମୁଁ ମୋଠି।
ଖୋଜୁଛି ସତ୍ଯ ଏଠି ସେଠି,
ଆଉ ସେଇଟା ଉଠୁଛି ଉକୁଟି
ମୋ ଭାଷାରେ ମୋ ମାଟିରେ।

2.

ଶୁଣୁଛ କଣ? ଦେଖୁଛ କଣ?
ଯୋଗ କଣ ଜାଣି ନ ପାରି ହରାଉଛ ସଂଖ୍ୟ।
ଚିହ୍ନି ନ ସତ୍ଯ ଆଉ କହୁଛ ମିଛ।
ଛିଡୁ ନି ହିସାବ ଆଉ ବୁଝି ନ ପାରି କହୁଛ ମୂର୍ଖ।
ଲୋଡୁଛ କଣ? ନାହିଁ ଗୋଟିଏ ବି ଶବ୍ଦ।
ଅଦ୍ଭୁତ ଏ ଦେହ, ଅଦ୍ଭୁତ କାରୁକାର୍ଯ୍ୟ।
କ୍ଷରାକ୍ଷର ନାହିଁ, ଆଉ କଷ୍ଟ ବଂଚିବାଟା ବି
ବିଶ୍ୱାସ ନ କରିପାରି ବାଟରେ।
ସନ୍ତୋଷ ନାହିଁ ପ୍ରୀତିରେ, ଆସ୍ୱାଦ ନାହିଁ,
ମୁହଁ ଇ ଦିଶୁ ନି ମୂଳରୁ ଏଠାରେ।
ହାଇଛାଇ ବର୍ଣଚିହ୍ନ ନାହିଁ କିଛି,
ମଳିନ ପଡିଛି ଧୈର୍ଯ୍ୟରେ।
ସାହସ ରଖି ଯିବାକୁ ହେବ ତଥାପି
ଆଉ ମୁଁ ଟାକିଛି ଭରସା ଅବଶ୍ୟ ଅଖଣ୍ଡଖଣ୍ଡରେ।

Thursday, May 10, 2018
Topic(s) of this poem: language
POET'S NOTES ABOUT THE POEM
Written in Odia language. Odia is the official language of Odisha, India. It is all about language and life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success