1
ଉଠରେ ଉଠ
ଶୁଅ ନାଇଁ ଆଉ,
ହେ ରାଜ୍ୟବାସୀ
ଚଂଚଳ ଉଠ।
ନୁହଁ ପଥର ତୁମେ
ନୁହଁ ବି କାଠ।
ହୁଅ ନା ବିକ୍ରି
ହୁଅ ନା ଶଠ।
ପଢରେ ପଢ
ମାଟିର ଭାଷାରେ
ଜୀବନ ପାଠ।
2
ହେ ଭାଷାମୂର୍ଖ
ସଳଖିଯାଅ,
ମଂଚରୁ ଖସିବ
ସତର୍କ ଥାଅ।
ଅତି ଚାଲାକିରେ
ଖାଇବ ଗୁହ
ହୋଇ କି କୁଆ।
ମାଟି ଭାଷା ପାଇଁ
ଏଇ ଓଡିଶା।
This poem has not been translated into any other language yet.
I would like to translate this poem