ଶୁଣ ଶୁଣ ହେ ପୁରୁଷଗଣ, ହେ ନାରୀଗଣ,
ଆକାଶ କହୁଛି କଣ, ଶୁଣ।
ଆକାଶର କଥାରେ
ହେଉଛି କଣ ତୁମର ଭିତର ବାହାର।
ହେ ମଣିଷଗଣ, କଣ ଚାଲିଛି ମାଟି ଉପରେ
ଦେଖ ପରଖ, ନିଜ ସ୍ଥିତିକୁ ରଖ,
ପରିଚୟ ଖୋଜ, ଅନନ୍ତ ହେଜ।
ଭୟ କରୁଛ ଯଦି କର ନିଜକୁ,
ନିଜ ଭିତରେ ଅଛି ଆଲୁଅ ଅନ୍ଧାର,
ଠାବ କର ସମୟକୁ ସମୟ।
This poem has not been translated into any other language yet.
I would like to translate this poem