କଟାଗଛ ପରି
ଜିଦଖୋର ମଣିଷ
ଧଡାସ୍ ପଡିଯାଏ
ଧସି ଧସି ଯାଉଥିବା
ନଈକୂଳରେ।
ଶୋଷଣ ବେଉଷଣ
ସବୁ ଚାଲିଥାଏ
ଭଙ୍ଗା ଆକାଶରେ।
ବଢି ବଢି
କେତେଦୂର ବଢେ କିଏ?
ଜିଦଖୋର ମଣିଷ
ଠିଆ ରହିଯାଏ
ନ ଥାନ୍ତି କିଏ
ଯେବେ ପାଖରେ।
This poem has not been translated into any other language yet.
I would like to translate this poem