ହଜିଲା ପରି Like Missing Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହଜିଲା ପରି Like Missing

Rating: 5.0

1

ଖୋଜୁଛି କବିତା,
କବିତା ଭିତରେ
ଯାହା ଯାଇଛି ହଜି।

ଦିନ ଭିତରେ
ହଜିଲା ପରି ଦିନ,
ସଂପର୍କ ଭିତରେ
ହଜିଲା ପରି ସଂପର୍କ,
ମଣିଷ ଭିତରେ
ହଜିଲା ପରି ମଣିଷ।

2

ଆସୁ ଆସୁ ଯାଉଛି ପଳେଇ ବହୁତ କିଛି।
କହିକି ନାଇଁ ଲାଭ, ବେକାର ସବୁ କ୍ଷୋଭ।

ଆଉ ଅଛି ଯାହା ଯେତେ କହିବା କେତେ।
ଯିବା ଆସିବା ସାର,
ନା ଆଲୁଅ ନା ଅନ୍ଧାର।

3

ଯାଉ ଯାଉ ଯାଉଛି ସବୁ,
ରହୁଛି ଆଉ କଣ!

ଯାଉଛି ଯାହା ବର୍ଣିବାକୁ
ନାଇଁ କାର୍ଯ୍ୟ କି କାରଣ।

4

ଆଜ୍ଞାବହ ହୁଅ କି ନ ହୁଅ,
ହେବ ତୁମେ ଇ ଶିକାର।

ଆଉ ସମସ୍ତେ ବଚଷ୍କର
କିଆଁ ଭାବୁଛ!
ହଜୁଛ, ଅନୁଭବ କର।

POET'S NOTES ABOUT THE POEM
Language - odia, script - brahmi,it is about searching humanity
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success