ଦେଖେଇଦେଲେ ତପ
ହେ ଦେଖ ହେଆଡେ
ତିନିଟା ବଗ ଲମ୍ୱା ଧାଡିରେ
ବ୍ୟସ୍ତ ନିଜ ନିଜ ଖାଦ୍ୟ ଥୁଣ୍ଟିବାରେ ଆଉ ସେ କଜଳପାତିଟା
ଉଡି ବୁଲୁଛି ସେମାନଙ୍କ ଉପରେ ଉପରେ
ମୁଁଦେଖିଲାବେଳକୁ
ମଝି ବଗ ଆଉ କଜଳପାତି ସାମ୍ନାସାମ୍ନି
ସେ ଦେଖୁଛି ୟାକୁ ଆଉ ୟେ ଦେଖୁଛି ତାକୁ
କି ସୁନ୍ଦର ଧଳା ଆଉ କଳା!
ଏମିତି ଏ କଳା ଆଉ ଧଳା ଭିତରର ସଂପର୍କ
ମତେ ଅଜଣା ଯଦିଓ
ଏମିତି ସଂପର୍କର ସୂତ୍ର ଖୋଜୁ ଖୋଜୁ
ମୁଁ ପାଗଳା।
ଦେଖ ଦେଖ ଏଇଟା
ତପୋବନର ସାମ୍ନା ଖଳା।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
24/05/2020
This poem has not been translated into any other language yet.
I would like to translate this poem