ଶିକ୍ଷକ Poem by Mahesh Kumar Mahapatra Mahesh

ଶିକ୍ଷକ

ଭୟାକୁଳ ଶିଶୁ ପକ୍ଷୀ ମୁଁ, ଜଗତ ଥିଲା ଅଜଣା,
ତୁମ ସ୍ନେହ ଛାୟା ମିଳିଲା, ହେଲା ପଥ ସୁଚିହ୍ନା।

ଦୀପ ଶିଖା ପରି ତୁମେ, ଜ୍ଞାନ ଆଲୋକ ଦେଲ,
ଅନ୍ଧକାର ଚିରି ଦେଖାଇଲ, ଜୀବନର ସଠିକ୍ ମେଳ।

ତଟରେ ପଡ଼ିଥିବା ନିରାକାର ମାଟି ଥିଲି
ଜୀବନର ମୂଲ୍ୟବୋଧ ଶିଖି ତୁମ ଶ୍ରମେ ଆକୃତି ପାଇଲି।

ଅକାମ୍ୟ ଥିଲା ମୋ ଅସ୍ତିତ୍ୱ, ନ ଥିଲା କୌଣସି ଚିହ୍ନ,
ତୁମ ସ୍ପର୍ଶେ ହେଲି ମୁଁ ଆଜି, ଏକ ଜୀବନ୍ତ ରତ୍ନ।

ଆଜି ତୁମେ ନିରବ କାଳର ଗଭୀର ପଥେ,
ତୁମ ଶିକ୍ଷା ଧରି ଚାଲୁଛି ମୁଁ, ସତ୍ୟର ସୁବର୍ଣ୍ଣ ରଥେ।

ତୁମ ଅଭାବ ବେଦନା ଦେଏ, ହୃଦୟ କାନ୍ଦେ ନିତି,
ତଥାପି ତୁମେ ବସିଛ ମୋ ମନେ, ସ୍ମୃତିର ଅମୃତ ଦୀପ୍ତି।

ମୋ ହୃଦୟ ସ୍ୱର୍ଗ ନୁହେଁ, ନ ଥାଏ ସଦା ଶାନ୍ତି,
ତଥାପି ତୁମ ପାଇଁ ରହିଛି ଭକ୍ତିର କାନ୍ତି।

ତୁମ ସ୍ୱପ୍ନ ପୂରଣ ପାଇଁ, ମୁଁ ଚାଲୁଛି ନିରନ୍ତର,
ପଡ଼ିଲେ ମଧ୍ୟ ଉଠିପଡ଼ୁଛି, ଧରି ତୁମ ଶବ୍ଦର ସ୍ମର।

ତୁମେ ଜାଗ୍ରତ କରିଥିବା, ଜ୍ଞାନର ଅମର ଶିଖା,
ସୁବର୍ଣ୍ଣ ପରି ଝଲମଲ କରୁ, ମୋ ଜୀବନର ଦିଗ୍ଦର୍ଷିକା।

ଯେତେ ଦିନ ରହିବି ମୁଁ, ଏହି ମର୍ତ୍ତ୍ୟ ଭୂମିରେ,
ତୁମ ନାମ ରହିବ ଲେଖା, ମୋ ପ୍ରତି ଶ୍ୱାସର ଗୀତରେ।

POET'S NOTES ABOUT THE POEM
ଏହି କବିତା ଟି ମୁ ମୋ ଜୀବନର ମାର୍ଗ ଦର୍ଶକ ମୋ ଗୁରୁ ଙ୍କ ପାଇଁ ଉତ୍ସର୍ଗିକୃତ କରିଛି। ଗୁରୁ କହିଲେ ଅନ୍ଧାର ରୂପକ ଦୁନିଆ ରୁ ଯିଏ ଆମକୁ ଆଲୋକ କୁ ଅନେ। ଜୀବନ ର ମାର୍ଗ ଦର୍ସାଏ କିନ୍ତୁ ଏ ସମାଜ ତାଙ୍କ ମହତ୍ତ୍ଵ କୁ ଏବେ ଧୀରେ ଧୀରେ ଭୂଳିଭରେ ଲାଗିଚି। ଆଧୁନିକ ଦୁନିଆ ରେ ଗୁରୁର ମୂଲ୍ୟ ଏବେ କମି କମି ଯାଉଛି। ଆଶା କରେ ମୋ ଏ କବିତା ଟି ସମସ୍ତଙ୍କ ହୁର୍ଦୟ ସ୍ପର୍ଶି ହବ ଏବଂ ପାଠକ ମାନଙ୍କ ଗୁରୁ ପ୍ରତି ଥିବା ଭଲ ପାଇବା କୁ ଆହୁରି ଦୃଢୀଭୂତ କରିବ ।
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success