1
ନା, ନା
ସବୁ ସବୁ ଭୁଲ ନ ଥିଲା।
ଥିଲା ଯାହା
ଥିଲା ଗଣତାନ୍ତ୍ରିକ ।
ବେଳ ହେଲା, ଦିଶିଲା ।
ଆଉ ଯେ କଣ ହେବାର ଥିଲା
ଆଶା ମଉଳି ନ ଥିଲା।
ଆଶା, ରହିଗଲା ଆଶାରେ।
ଆଉ ଯାହା ଥିଲା
ଭିନ୍ନ ଥିଲା ପୃଥକ୍ ଥିଲା।
2
ତରୁଲତାର କଣ ହେଲା?
ସ୍ୱପ୍ନ ଦେଖି
କିଆଁ ଡରିଲା?
ନା,
ମାନଚିତ୍ର ଠିକ୍ ନ ଥିଲା।
କିଏ ଆସିଲା କିଏ ଗଲା
କାହାରି ଠିକ୍ ଠିକଣା ନ ଥିଲା।
ଥିଲା ଅବଶ୍ୟ ଆଲୁଅ
ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର କରୁଥିଲା
ବେଳକୁ ବେଳ।
This poem has not been translated into any other language yet.
I would like to translate this poem