ହେଲା ଯେ ହେଲା କଣ?
ମଣିଷସବୁ ହେଲେ ମାଙ୍କଡ
ଭାଙ୍ଗି ଉଜାଡି ନଷ୍ଟଭ୍ରଷ୍ଟ କଲେ
ଯାହା ଯାହା ଥିଲା ବହୁ ଯୁଗରୁ
ଏଠାରେ ସମସ୍ତଙ୍କର ନାଁ ଗାଁ
ଠିକଣା ପରିଚିତି ଆଉ ଆଉ
ସବୁକିଛି ପେଟପାଟଣା ବିଷୟ ।
ହେଲା ଯେ ହେଲା କଣ?
ଆଚାର ବିଚାର ରହିଲା ନାହିଁ
ଟିକିଏ ବି କୋଉଠି ଆଉ
ଯେ ଯାହାର ବାଡିଆବାଡେଇ ହୋଇ
ଧ୍ଵଂସ ହୋଇ ହୋଇ ଗଲେ ଆଉ
ଦେଖିଲାବେଳକୁ ଆମ୍ବ ଗଛରେ
ଫଳିଛି ଡାଳିମ୍ବ ଆଉ ଘୋଡା ଡିମ୍ବ ।
This poem has not been translated into any other language yet.
I would like to translate this poem