1
ଭୁଲ ହୁଝ ନା
ଗଜାନନ ମିଶ୍ର
ଭୁଲ ବୁଝ ନା,
ମୋ ଭାଷା ତୁମ ଭାଷାର,
ଆଉ ତୁମ ଭାଷା ମୋ ଭାଷାର
ପରସ୍ପର ସହଯୋଗୀ,
ପ୍ରତିଦ୍ୱନ୍ଦୀ ନ ଥିଲେ କେବେ
କି ନୁହନ୍ତି ଏବେ ବି।
ଭୁଲ ବୁଝ ନା,
ହୋଇପାରେ ଲୌକିକ ଭାବରେ
ଚାଲି ଯାଇଛ ତୁମେ କିଛି ବାଟ ଅଧିକା,
କିନ୍ତୁ ମୁଁ ତ ବସି ରହି ନାହିଁ ନା!
ଯାଉ ଯାଉ ଗଲି ଯେତେ ଦୂର,
ମୁଁ ନାହିଁ ଆଉ ଯାଉ ନି
ଦୟାକରି କୁହ ନା!
ଭୁଲ ବୁଝ ନା,
ଆଉ କାହାକୁଆମ ଭିତରକୁ
ପଶାଅ ନା।
ଗତାନୁଗତିକ ରାସ୍ତା ଆମର
ଆଉ ଆମେ ସଜ ଦେଖି
ବାଟ ଭାଙ୍ଗିଲେ ବି
କାହାର କିଛି କ୍ଷତି ହେବାର
ନାହିଁ ସମ୍ଭାବନା ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/4/2019
2
ଯୁଗକୁ ଯୁଗ ଏହିମତେ
ଗଜାନନ ମିଶ୍ର
ପାଳଭୂତ ସବୁ ଏଠି
ପୁଣି ଏଠି ଭୋକ
ପୁଣି ସବୁ ଶୋଷ।
ଶୂନ୍ଯ ଆମର
କୋଳାକୋଳି ଭାବ।
ଆଉ ଆମର ଯିବା
ଆଉ ଆସିବା ଚାଲିଛି
ଅହରହ, ଆମ ପାଇଁ
ରହିଛି ମେଲା ନାବ, ଶୂନ୍ଯ ।
ଅନ୍ଧାର ଆଲୁଅର ଖେଳ
ଯେତେ ଏଇ ରକ୍ତରେ,
ଆଉ ଯେତେ ଗୋଡି ପଥର
ସବୁ ମାଡି ପଡୁଛି
ଭାଷା ଉପରେ।
କିଏ ପାରିବ ଜାଣି
କାହାର କେମିତି ଏଠାରେ।
ମଶାଲ ବି ଅକାମୀ ।
ଝଲମଲ କରୁଥିବା ମୁହଁସବୁ
ପୋଡା ଅଙ୍ଗାର ଭଳି।
ମା ଜଗିଛି
ଦକ୍ଷିଣ ଆଉ ପଶ୍ଚିମ ।
କୃତ୍ରିମ ଜଙ୍ଗଲରେ
ମୁଁ ଗଣି ଚାଲିଛି
ମୋର ଅସରନ୍ତି ଦିନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/4/2019
This poem has not been translated into any other language yet.
I would like to translate this poem