ଅବୁଝାମଣା
ଗଜାନନ ମିଶ୍ର
ନ ରହୁ ଆଉ
ଅବୁଝାମଣା।
ଲାଭ କେବେ କାହାର
ହୁଏ ନି କୌଣସି
ଝାମେଲାରୁ।
ଏମିତି ବି ଆମେ
ସହିଲେଣି ବହୁତ କ୍ଷତି।
ଏମିତି ବି ବହୁତ
ଗଲେଣି ପାଖରୁ।
କୌଣସି ବିଷୟକୁ ନେଇ
ଆଉ ନ ବଢୁ କିଛି
ସକାରାତ୍ମକ ଚିନ୍ତା।
ଆମେ ସବୁ ଜଗତଜିତା
ଆସ, ଏକତ୍ର ଆଗେଇଯିବା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
18/12/2020
This poem has not been translated into any other language yet.
I would like to translate this poem