ବାନର Monkey Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାନର Monkey

Rating: 5.0

ବାନର
ଗଜାନନ ମିଶ୍ର

ମୁଁ ତ ପାହାଡ ପର୍ବତ ଜଙ୍ଗଲରେ,
ଗଛଡାଳରେ ରହିବା ଲୋକ,
ଯାଉଥିଲି କିଆଁ ସମୁଦ୍ରଆଡିକି?

ଗଲି ତ ଗଲି,
ସମୁଦ୍ରକୂଳର କୋଳିକି
କରୁଥିଲି କିଆଁ ଲୋଭ?

ଲୋଭ କଲି, ଖାଇଲି,
ଖାଇଲି ତ ଖାଇଲି,
କୁମ୍ଭୀରକୁ ଦେଉଥିଲି କିଆଁ?

ଦେଲି ତ ଦେଲି,
କୁମ୍ଭୀରଟାକୁ ବିଶ୍ୱାସ
କରି ତା ପିଠିରେ
ବସୁଥିଲି କିଆଁ?

ବସିକରି ସମୁଦ୍ର
ବୁଲିବି ବୋଲି ଭାବିଲି କିଆଁ?

କୁମ୍ଭୀର ଖାଉଥିବାବେଳେ
ବୋହି ଆସୁଥିବା ପାଣିକୁ
ଲୁହ ବୋଲି ଧରି ନେଇ
କାନ୍ଦୁଛି ବୋଲି ଭାବିଲି କିଆଁ?

ଭାବିଲି ତ ଭାବିଲି,
ପାରିଲି ନି ଜାଣି,
ମୋର କଲିଜା ଉପରେ
ପଡିଛି ସେଇ କୁମ୍ଭୀରର
ଗଦ୍ଦାରୀ ଆଖି ।

କିନ୍ତୁ ମୁଁ ଯେ ବାନର,
ମୋ ଇଚ୍ଛାସୁଖେ ଡାଳରୁ ଡାଳ
ବୁଲିବା ଲୋକ।
ନାହିଁ ମୋର ଲୋଭ,
ନାହିଁ ମୋର ମୋହ,
ସତ୍ୟଠାବ ଖାଲି ମୋର
ଏକମାତ୍ର ଲକ୍ଷ୍ୟ।

Sunday, July 19, 2020
Topic(s) of this poem: time
POET'S NOTES ABOUT THE POEM
Language - odia,script - brahmi
It is about monkey - crocodile story.
The psychological analysis of the monkey.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success