1.
ପଚାରୁଛ ଜହ୍ନର ରଙ୍ଗ?
କହିବି ଯଦି ହଳଦିଆ
କି ଧଳା କି ନାରେଙ୍ଗୀ
କହିବ ହଟି ଯା ଅସତୀ ।
ଯାଉଛି କିଆଁ କହିବାକୁ?
ମୁଁ କି ଜାଣେ କୋଉ ରଙ୍ଗ
ଆସୁଛି କେମିତି କୁଆଡୁ
ଆଉ ଆସି କରୁଛି କଣ ।
2.
ଜହ୍ନ ଆଜି ନାହିଁ,
ଆଜି ନାହିଁ ଜୀବନ ।
ବଢିବା କମିବା
ନାହିଁ ପ୍ରଶ୍ନ ।
କିନ୍ତୁ ଅଛି ଆଜି
ଜାଗର ଆଲୁଅ
ଯାହା ସ୍ଥିର ଆଉ
ଯାହା ନିଜର କେବଳ ।
This poem has not been translated into any other language yet.
I would like to translate this poem
The moon is the source of life