ପଚାରିଲେ ଚନ୍ଦ୍ରକୁ
ମାଟିକି ଆସି କରୁଛି କଣ!
ପଚାରିଲେ ଛତା ଅଛି
କି ନାଇଁ ମୁଣ୍ଡ ଉପରେ!
କହିଲା କଣ ନା ଚିନ୍ତା କର ନି,
ସବୁ କରିଦେବି, ସବୁ ବାଛି ଦେବି ।
ମୁଁ ବି ତୁମ ପରି, ମୋର ବି
ଅଛି ଦାୟିତ୍ଵ ସବୁ ସଳଖେଇବାର,
ସବୁ ସଜାଡିଦେଇ ରଖିବାର ।
କିନ୍ତୁ କାଇଁ, କିଛି ବି
ଦେଖାଇଲା ନାଇଁ ଆଉ
ଖସି ଖସି ଗଲା ସେଆଡକୁ ।
ଏବେ ମୁଁ ପାରୁ ନି କହି ମୁଁ ମୁକ୍ତ,
ପାରୁନି ଦେଖାଇବି ତୁମକୁ ଭାଷା କେତେ ଶକ୍ତ ।
This poem has not been translated into any other language yet.
I would like to translate this poem