Mother Nature Poem by Smrui Ranjan Mohanty

Mother Nature

ମା

ଯେବେ ଯେବେ ମୁଁ ଆସେ
ତୁ ଥାଉ ପାଖେ ପାଖେ ମୋ ହସ-ଲୁହରେ,
ତ୍ୟାଗ ଆଉ ତିତୀକ୍ଷାରେ, ପ୍ରେମ ଆଉ ପ୍ରତାରଣାରେ,
ମୋ ପ୍ରାଣ ପ୍ରାଚୁର୍ଯ୍ୟରେ, ମୋ ନୀରବତାରେ;
କେବେ ବହିଯାଉ ଉଛୁଳା ନଈଟିଏ ହୋଇ
କେବେ ସବୁ ଦେଖୁଥାଉ ମୂକ ସାକ୍ଷୀଟିଏ ହୋଇ ।

ମା କୋଳରୁ ମଶାଣି ଯାଏ ଖାଲି ତୁ ଆଉ ତୁ
କେବେ ଫୁଲ ଫଗୁଣରେ, କେବେ ଉଜୁଡା ବସନ୍ତରେ,
କେବେ ବୈଶାଖର ରୁକ୍ଷତାରେ, କେବେ ଭିଜାମାଟିର ବାସ୍ନାରେ,
କେବେ ସକଳ ସମ୍ଭାରରେ ପୁଣି କେବେ ମହା ପ୍ରଳୟରେ,
ସୃଷ୍ଟିରୁ ବିଲୟଯାଏ ଖାଲି ତୁ ଆଉ ତୁ ।

ହେ ପ୍ରକୃତି!
ତୋ କୋଳରେ ମୋ ଜୀବନ, ତୋ କୋଳରେ ମୋ ମୃତ୍ୟୁ ।
ଆଉ ଜୀବନ ପ୍ରବାହ
ତୁହି ମୋ ପ୍ରାଣ ସ୍ପନ୍ଦନ, ତୋ ପାଇଁ ହିଁ ମୁଁ ଆଉ
ମୋ ସ୍ୱପ୍ନର ପାରିଜାତ ।
ଆ ମା! ତତେ ଟିକେ ମୁଁ ସଜେଇଦେବି
ସବୁଜ ରଙ୍ଗର ପାଟଶାଢୀରେ
ସବୁଦିନ ପାଇଁ ହଜିଯିବା ଆଗରୁ ତୋ ମୁକୁଳା ଛାତିରେ ।

ସ୍ମୃତି ରଞ୍ଜନ ମହାନ୍ତି ©

English version

Mother

Whenever I approach,
You stay beside in my joy and tear,
In sacrificing willingness and red letter.
In my livingness and silence.
Sometimes you bicker down like brimming river
And sometimes very watchful as mute witness.

Everywhere is filled your presence.
From mother's lap to graveyard,
In tethered spring or flowery ward
Sometimes in rueful summer and clover scent
Only you are found from the beginning to end
In devastation to full grown blend.

O' Nature
My life and death - in your lap
And this earthly journey's map.
You are my off and on beat
For you I am and my dreamy kite.
O' Mother! Do come.
I will do up you in greenish skirt
Before I am lost in your open heart.

Smruti Ranjan Mohanty ©

Mother Nature
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success