ଆହୁରି ଅନେକ Much More Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆହୁରି ଅନେକ Much More

Rating: 5.0

ସମୁଦ୍ର ଭିତରେ ନଦୀ
ଗଜାନନ ମିଶ୍ର

ସମୁଦ୍ର ଭିତରେ ନଦୀ
ଯାଏ, ଯାଉଥାଏ ବହି ବହି।
କିଏ ଦେଖେ କିପରି!

ନୀରବତା ବିତରେ
ଜୀବନ ନୀରବରେ
ଆକାଶର ଚୌହଦୀରେ।

ପାହାଡ ଉପରେ
ଝୁଲେ, ଝୁଲୁଥାଏ ତାରା।

କୁହ ନା, ପଳାଏ ଠେକୁଆ,
କେମିତି ପଳାଏ କୁହ ନା,
ଦୌଡି ଦୌଡି ମାଟି ଉପରେ।

ଗଛର ପତ୍ର ବି
ହଲିବା ବନ୍ଦ କରିଦିଏ
ବେଳେବେଳେ ଏଠାରେ।
ଚିଁ ଚାଁ ମେଁ ମାଁ
ନାଇଁ କିଛି କେଉଁଆଡୁ।

ଗୁମ୍ ଥାଏ ମେଘ,
ପ୍ରଜାପତି କିନ୍ତୁ ବନ୍ଦ କରେ ନା
ଉଡିବା ଫୁଲରୁ ଫୁଲକୁ ।

ଏହେଃ, ୟେ
ବିଶଲ୍ୟକରଣୀ ଫୁଲ।
ଜାତୀୟ ରାଜପଥ କଡ
କି ମନୋହର!

ହିସାବ ଥାଏ ଆହୁରି ଅନେକ।
ଚାଲୁଥାଏ ପିଂପୁଡି ଧାରରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019

Friday, July 19, 2019
Topic(s) of this poem: life,time
POET'S NOTES ABOUT THE POEM
Language - odia,script - brahmi.About life and mystery
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success