ଐଶାନୀର ଭାଇଗୀତ
ଗଜାନନ ମିଶ୍ର
ଭାଇରେ ଭାଇ
ମୋରି ଭାଇ
ରତନ ଭାଇ,
ଭାଇରେ ଭାଇ
ଭାତ ରୋଟି
ସବୁ ଦେବ ଖାଇ,
ଝୁଲି ଝୁଲି ଥାଇ
ପଡିବ ଶୋଇ।
ଭାଇରେ ଭାଇ
ମୋରି ଭାଇ,
ଭାଇର ବଳ
ଅତୁଳ ତୁଳ
ଜଗତର ଭାଇ
ଅମୂଲମୂଲ,
ହେବାକୁ ଦେବି ନି
ଭାଇର କିଛି।
ଭାଇରେ ଭାଇ
ମୋରି ଭାଇ
ମୋରି ଛାଇ।
ରହି କି ପାରିବି
ଭାଇ କି ଛାଡି!
ଭାଇରେ ଭାଇ
ତୋ ଛଡା ମୋରି
ନାହିଁ କେହି।
ବାଘ ଭାଲୁ ମିରିଗ
ହିଂସ୍ର ଯେତେକ
ମୋ ଭାଇ ହାତରେ
ମରିବେ ଆଗ
ଦେଖ ଦେଖ ଦେଖ
ଭାଇର ରାଗ।
ଭାଇର ହସ
ଭାରି ସରସ
ସ୍ନେହ ପ୍ରେମ ତାର
ଭାରି ଆଦର
ଭାଇ ମୋହର
ଆଲୁଅ ଆଣିବ
ତଡି ଅନ୍ଧାର।
ଭାଇରେ ଭାଇ
ମୋରି ଭାଇ
ମୋ ଗୀତ ଶୁଣି
ପଡୁଛି ଶୋଇ
ଶୋଇକି ଭାଇ
ଦେଖିବ ସପନ
ଭାଇ ମୋହର
ଜୀବନ ଧନ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
16/03/2021
Tuesday, March 16, 2021
Topic(s) of this poem: brother
POET'S NOTES ABOUT THE POEM
Language- odia. Official language of Odisha, India.