ବହୁତ ପ୍ରଶ୍ନ,
ଖାଲି ପ୍ରଶ୍ନ,
ଉତ୍ତରର ନାହିଁ କାମ।
କିଏ ଆସିଲା,
କିଏ ଗଲା,
କୌଣସିଥିରୁ କିଛି
ପାଉ ନି ଏ ଜୀବନ।
ଏ ଜୀବନ
କଣ ଏ ମାଟିର!
ଏ ମାଟିର
ଅଛି କି ଭାଷା?
ଭାଷାକୁ ନେଇ
ଏତେ ଲଢାଭିଡା!
ନୀରବରେ
ନଖକୁ ନଖ ଘଷି
ପାଲା ଦେଖା!
ଏଇଟା,
ଆଉ ଏଇଟାକୁ
କହୁଛି ମୁଁ,
ମୋ ଓଡିଶା ।
This poem has not been translated into any other language yet.
I would like to translate this poem