ଅତିଥି ସଙ୍କଟ
ଗଜାନନ ମିଶ୍ର
ଅତିଥି ସଙ୍କଟ,
ଆଉ ଏ ବେଳେ
ତୁମେ ମୋର ଅତିଥି।
ଆସ, ବସ
ଆଉ କଳି ନିଅ
ମୋ ଆକାଶ।
ମୋ ଆକାଶ କଣ
ନୁହଁ ମୋର!
ମୋ ଦେଇ କଣ
ଜମାରୁ ହୁଏ ନି
ଅଙ୍କକଷା ଆଉ
କବିତା ଲେଖା!
ହ୍ରଦ ଆଉ ସମୁଦ୍ର
ଏଠି ତ ପୂରା ଏକାକାର ।
ଯିଏ ଭାସୁଛି ଆଉ
ଯିଏ ବୁଡୁଛି
ଏଠି ତ ସବୁ ଗୋଟିଏ ।
ଆଉ ଆଉ କହିବାକୁ
କରୁଛି ସଂଗ୍ରହ
ଶକ୍ତି।
ଚେଷ୍ଟା ନ କରିଛି ନୁହଁ
ମୁକ୍ତ ଭାବରେ
ବ୍ୟବହାର କରିବାକୁ ଭାଷା
ସଫଳତା ବିଫଳତାକୁ
ଖାତିର ନ କରି ।
କିଏ କଣ କହିଛି
ଡାଏରୀରେ
ରଖିଛି ଟିପି।
ଦୂରଦେଶରୁ ଫେରି
ଅସ୍ଥିର ସମୟକୁ
ଦେଇଛି ନଜର।
ଠିକ୍ ଅଛି କହି
କାଟି ନିଏ କିଏ
ଚେର।
ଭୁଲ ଆଉ ଠିକ୍
ବାଛୁ ବାଛୁ
ମୁଁ ବେଘର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
01/01/2020
This poem has not been translated into any other language yet.
I would like to translate this poem
Great write on time and life